Homeମୁଖ୍ୟ ଖବରକଳାବାଲି ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣଟ୍ରାନ୍ସପୋର୍ଟସ ସଂସ୍ଥା ଲିଙ୍କ୍ ସନ୍ଦେହ !

କଳାବାଲି ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣଟ୍ରାନ୍ସପୋର୍ଟସ ସଂସ୍ଥା ଲିଙ୍କ୍ ସନ୍ଦେହ !

Published on

ବ୍ରହ୍ମପୁର,୨୧/୧/୨୪: ଓଡ଼ିଶା ଗଞ୍ଜେଇ ଛତିଶଗଡ଼ରେ ଧରାପଡିଛି। ଗଞ୍ଜାମ ଜିଲ୍ଲାର ଦୁଇଟି ଟ୍ରକ୍‌କୁ ରାଜନନ୍ଦ ଗାଁ ଜିଲ୍ଲା ଚିଚୋଲା ପୁଲିସ ଗଞ୍ଜେଇ ସହ ଧରିଛି । ସଂପୃକ୍ତ ମାମଲାରେ କନ୍ଧମାଳ ଜିଲ୍ଲାର ରଞ୍ଜନ ବେହେରା, ସୁବାସ ଛତ୍ର, ଅଶୋକ ବେହେରା, ରଘୁନାଥ କହଁରଙ୍କୁ ପୁଲିସ ଗିରଫ କରିଛି । ଏହି ଗଞ୍ଜେଇ ଦୁଇଟି ଟ୍ରକ୍‌ରେ ଛତ୍ରପୁରରୁ କଳାବାଲି ଗୁଜୁରାଟ ଯାଉଥିଲା । ଗତ ୧୫ତାରିଖରେ ଛତିଶଗଡ଼ ପୁଲିସ ନାକାବନ୍ଦୀ କରି ଏହି ଟ୍ରକ୍‌କୁ ଯାଞ୍ଚ କରିଥିଲା । ଦୁଇଟି ଟ୍ରକ୍‌ରୁ ୩୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ସଂପୃକ୍ତ ମାମଲାରେ ଛତିଶଗଡ଼ ପୁଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁଇଟି ଟ୍ରକ୍ ଗଞ୍ଜାମ ଜିଲ୍ଲା ଟ୍ରକ୍ ମାଲିକ ସଂଘ ଜରିଆରେ ଛତ୍ରପୁରରୁ କଳାବାଲି ଲୋଡିଂ କରି ଗୁଜୁରାଟ ଯାଉଥିଲେ । ଗଞ୍ଜେଇ ଚାଲାଣ ମାମଲାରେ ଟ୍ରକ୍ ଜବତ ହେବା ପରେ ଅନ୍ୟ ଟ୍ରାନ୍ସପୋର୍ଟର ମାନେ ଏବେ ଏହି ସଂଘକୁ ଲୋଡିଂ ଭୟ କରୁଛନ୍ତି। ଦେବାକୁ ଭୟ କରୁଛନ୍ତି। ଗଞ୍ଜେଇ ଚାଲାଣ ମାମଲାରେ ଦୁଇଟି ଟ୍ରକ୍ ଧରାପଡିବା ପରେ ଆଇଆଇରେ କାମ କରୁଥିବା ଟ୍ରାନ୍ସପୋଟର୍ସ ମାନେ ଗଞ୍ଜାମ ଟ୍ରକ୍ ମାଲିକ ସଂଘକୁ ଲୋଡିଂ ଦେବାରେ ଭୟ କରୁଛନ୍ତି । ଦୁଇଟି ଟ୍ରକ୍‌ରେ ପ୍ରାୟ ୫୦ଲକ୍ଷ ଟଙ୍କାର ସାମଗ୍ରୀ ଛତିଶଗଡ଼ରେ ଜବତ ହୋଇ ରହିଥିବା ବେଳେ ତାହା କିପରି ରିଲିଜ୍ ହେବ ଦୃଷ୍ଟି ଦିଆଯାଉନାହିଁ । ସେପଟେ ସେହି ସଂଘ ଜରିଆରେ ହିଁ ଲୋଡିଂ ଦିଆଯାଉଥିବାରୁ ଟ୍ରକ୍ ମାଲିକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଗଞ୍ଜେଇ ଚାଲାଣ ମାମଲାରେ ଧରାପଡିଥିବା ଦୁଇଟି ଟ୍ରକ୍ ବ୍ରହ୍ମପୁର ସୂର୍ଯ୍ୟା ରୋଡ଼ ଲାଇନ୍‌ସ୍‌ ଟ୍ରାନ୍ସପୋର୍ଟସ୍‌ର ବୋଲି ଜଣାପଡିଛି। ସଂପୃକ୍ତ ଟ୍ରାନ୍ସପୋର୍ଟସ୍ ସଂସ୍ଥା ଲିଙ୍କ ସନ୍ଦେହରେ ତଦନ୍ତ କରୁଛି ଛତିଶଗଡ଼ ପୁଲିସ। ସେପଟେ ଆଇଆର୍‌ଇ ଏହି ସଂଘ ଓ ଟ୍ରାନ୍ସପୋର୍ଟସ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସେମାନଙ୍କୁ ହିଁ ଲୋଡିଂ ଦେଉଥିବାରୁ କ୍ଷୋଭ ପ୍ରକାଶ ପାଇଛି । ପୁଲିସ ସୂଚନା ପ୍ରକାରେ ଗତ ୧୫ତାରିଖରେ ଦୁଇଟି ଟ୍ରକ୍( ଓଡ଼ି୭ଏ ୭୮୧୫ ଏବଂ ଓଡି ୧୯ଜେ ୯୨୩୧)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଛତିଶଗଡ଼ ଚିଚୋଲା ଥାନା ପୁଲିସ । ପାଟକୋହରା ଠାରେ ପୁଲିସ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରିଥିଲା। କଳାବାଲି ବୋଝେଇ ଉପରୋକ୍ତ ଦୁଇ ଟ୍ରକ୍‌ରୁ ୩୦ କିଲୋ ଗଞ୍ଜେଇ ମିଳିଥିଲା । ଚିଚୋଲା ପୁଲିସ ଗଞ୍ଜେଇ ଓ ଟ୍ରକ୍ ଜବତ କରିବା ସହ ଚାରିଜଣ ଚାଲାଣକାରୀଙ୍କୁ ଗିରଫ
କରିଛି।

Latest articles

ସରପଞ୍ଚ ଅଜିତ ରାଉଳଙ୍କ ଉଦ୍ୟମରେ ହାଇଦ୍ରାବାଦରୁ ଗାଁକୁ ଆସିଲା ଶବ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ବସ୍ତିର ସ୍ୱର୍ଗତ ମାଗି ଦାସଙ୍କ ପୁଅ ମିଟୁ ଦାସ ହାଇଦ୍ରାବାଦରେ...

୯ନଂ ୱାର୍ଡରେ ଚ୍ୟାଉ ବାବୁଙ୍କ ପ୍ରଚାର ଦେଖି ବିରୋଧୀ ଛାନିଆ

ବ୍ରହ୍ମପୁର,୭/୫/୨୪: ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ...

ଗୋପାଳପୁର ବିଚ୍ ରେ ମାତ୍ରାଧିକ ପାର୍କିଂ ଫିସ୍, ୪୦ ବଦଳରେ ୫୦ ଟଙ୍କା ଆଦାୟ କରୁଛନ୍ତି ଗୁତାଦାର, ସବୁ ଜାଣି ଚୁପ୍ ଏନଏସି କର୍ତ୍ତୃପକ୍ଷ

ଗୋପାଳପୁର,୧୫/୪/୨୪:ଗୋପାଳପୁର ବିଚରେ ପାର୍କିଂ ଫିସ ବାବଦକୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଆଦାୟ ହେଉଛି । ଗୋପାଳପୁର...

 ଜମି ଦୁର୍ନୀତିର ମହା କେଳେଙ୍କାରି !

ଦୁର୍ନୀତିରେ ସମ୍ପୃକ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ ବିଲ୍ଡର ବ୍ରହ୍ମପୁର,୨୫/୩/୨୪:ଗଞ୍ଜାମ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଭୁବନେଶ୍ବରରେ ସରକାରୀ...

More like this