Search for an article

Homeମୁଖ୍ୟ ଖବର ଜମି ଦୁର୍ନୀତିର ମହା କେଳେଙ୍କାରି !

 ଜମି ଦୁର୍ନୀତିର ମହା କେଳେଙ୍କାରି !

Published on

ଦୁର୍ନୀତିରେ ସମ୍ପୃକ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ ବିଲ୍ଡର
ବ୍ରହ୍ମପୁର,୨୫/୩/୨୪:ଗଞ୍ଜାମ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଭୁବନେଶ୍ବରରେ ସରକାରୀ ଜମିକୁ ନିଜ ନାମରେ କରି ପଟ୍ଟା କରିଥିବା ତଥ୍ୟ ହସ୍ତଗତ ହୋଇଛି। ସେ ସେହି ଜମିକୁ ଷ୍ଟଲୱାର୍ଟ ପ୍ରାଇଭେଟ୍ ଲିମିଟେଡକୁ କନଷ୍ଟ୍ରକସନ ଦିଆଯାଇଥିବା ଜଣାପଡିଛି ।
ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ବିଧାନସଭା ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ଭୁବନେଶ୍ୱର ଠାରେ ମିଥ୍ୟା ସତ୍ୟପାଠ ଦେଇ ଏହି ଜମି ହାତେଇଥିବ ଜଣାପଡିଛି। ଭୁବନେଶ୍ୱର ପଟିଆ ଠାରେ ତାଙ୍କ କନିଷ୍ଠ ପୁତ୍ର ନାମରେ ଥିବା ଏକ ଜମିକୁ ବିଲ୍ଡରଶରତ ସାହୁଙ୍କୁ ଭାଗରେ ଦେଇଛନ୍ତି ଯାହାକି ସମ୍ପୂର୍ଣ୍ଣ ଭାବେ ଆଇନ ବିରୋଧୀ। ଉକ୍ତ ଜମିକୁ ଯେଉଁ ଉଦ୍ଦେଶ୍ୟ ନେଇ ସେ ହାତକୁ ନେଇଥିଲେ ସେହି ମାର୍ଗରେ ବ୍ୟବହାର ନକରି ତାର ଦୁରୁପଯୋଗ କରିଛନ୍ତି। ଯେଉଁ ଜମିକୁ ସେ ୯୯ ବର୍ଷ ଲିଜ ଆକାରରେ ନେବା କଥା ସେହି ଜମିର ପଟା ବର୍ତ୍ତମାନ ତାଙ୍କ କନିଷ୍ଠ ପୁତ୍ର ସଂଗ୍ରାମ ପାତ୍ରଙ୍କ ନାମରେ ଥିବା ଜଣାପଡିଛି। ବ୍ରହ୍ମପୁରର ଯୁଗ୍ମ ସମ୍ପାଦକ ଶିବ ସାହୁ ଷ୍ଟୱାଲୱାର ବିଲ୍ଡର ଶରତ ସାହୁ,ସୂର୍ଯ୍ୟ ନାରାୟଣ ପାତ୍ରକୁ ଭାଈ କରିଥିଲେ । ଏପରି ଏମାନଙ୍କ ମଧ୍ୟରେ ଘରେଇ ଓ ବ୍ୟବସାୟ ସଂପର୍କ ରହିଥିଲା। ଦିଗପହଣ୍ଡି ନିବାସୀ ବିପ୍ଳବ ପାତ୍ର ଭୁବନେଶ୍ୱର ଏକ କ୍ଲବ ଉନ୍ନତିକରଣ କରିବା ପାଇଁ ୧୦ କୋଟି ଟଙ୍କା କାମ ନେଇଛନ୍ତି । ବିପ୍ଲବ ଓ ଶିବ ସାହୁ ମାଧ୍ୟମରେ ବିଲ୍ଡର ଶରତ ସାହୁ ବିନା କୌଣସି ଟେଣ୍ଡର ସେହିକାମକୁ ପିଣ୍ଟୁ ବାବୁଙ୍କ ଦ୍ଵାରା ହାତେଇ ନେଲେ । ଭୁବନେଶ୍ୱର କ୍ଲବରେ ବିଲ୍ଡର ଶରତ ସାହୁଙ୍କ ବିଜ୍ଞାପନ ବିନା ଅନ୍ୟ କାହାର ବିଜ୍ଞାପନ ବିଜ୍ଞାପନ ଲାଗିନଥିଲା । ଏଠାରେ ଶରତ ବାବୁଙ୍କ କମ୍ପାନୀ ବିଜ୍ଞାପନ ଚନ୍ଦ୍ର ଶେଖରପୁର ଘର ବିକ୍ରୀ ନିମନ୍ତେ ବିଜ୍ଞାପନରେ ପ୍ରଦଶିତ କରାଯାଇଥିଲ। ଏହା ବିପ୍ଲବ ପାତ୍ରଙ୍କ ତତ୍ତ୍ଵାବଧାନରେ ଏପରି କରିଛନ୍ତି । ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁରଠାର ଥିବା ପ୍ଲଟକୁ ବିପ୍ଲବ ଏବଂ ଶରତ ମିଶି ଡ୍ରିମ୍ ପ୍ରୋଜେକ୍ଟ ବନାଉଛନ୍ତି। ଏପରିକି କିଛି ପ୍ଲଟକୁ ତା ସହିତ ମିଶାଇକି ଏକ ବଡ଼ ପାଚେରୀ କରି ନିଜର ବୋଲି କହୁଛନ୍ତି । ଏପରି ଏକ ମହା ଦୁର୍ନୀତିର ସଠିକ ଭାବେ ତଦନ୍ତ କରାଯାଉ ବୋଲି ଅଭିଯୋଗ ହୋଇଛି । ଏକାଧିକ ଜାଗାକୁ ଉପରୋକ୍ତ ଦୁହେଁ ମିଶି ହଡ଼ପ କରିରଖିଥିବା ଶୁଣିବାକୁ ମିଳୁଛି ।ଏହାର ସଠିକ ତଦନ୍ତ ପ୍ରଶାସନ କରି ଆଇନଆନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Latest articles

ସରପଞ୍ଚ ଅଜିତ ରାଉଳଙ୍କ ଉଦ୍ୟମରେ ହାଇଦ୍ରାବାଦରୁ ଗାଁକୁ ଆସିଲା ଶବ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ବସ୍ତିର ସ୍ୱର୍ଗତ ମାଗି ଦାସଙ୍କ ପୁଅ ମିଟୁ ଦାସ ହାଇଦ୍ରାବାଦରେ...

୯ନଂ ୱାର୍ଡରେ ଚ୍ୟାଉ ବାବୁଙ୍କ ପ୍ରଚାର ଦେଖି ବିରୋଧୀ ଛାନିଆ

ବ୍ରହ୍ମପୁର,୭/୫/୨୪: ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ...

ଗୋପାଳପୁର ବିଚ୍ ରେ ମାତ୍ରାଧିକ ପାର୍କିଂ ଫିସ୍, ୪୦ ବଦଳରେ ୫୦ ଟଙ୍କା ଆଦାୟ କରୁଛନ୍ତି ଗୁତାଦାର, ସବୁ ଜାଣି ଚୁପ୍ ଏନଏସି କର୍ତ୍ତୃପକ୍ଷ

ଗୋପାଳପୁର,୧୫/୪/୨୪:ଗୋପାଳପୁର ବିଚରେ ପାର୍କିଂ ଫିସ ବାବଦକୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଆଦାୟ ହେଉଛି । ଗୋପାଳପୁର...

ଆସନ୍ତା ୧୮ ତାରିଖରେ ଓଡିଶା ରାଜ୍ୟ ରେଡ୍ଡୀ ସଙ୍ଘମ୍ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ

ବ୍ରହ୍ମପୁର,୧୫/୨/୨୪: ଓଡ଼ିଶାରେ ରେଡ୍ଡୀ ଜାତିକୁ ଓବିସିରେ ସାମିଲ କରିବା ଦାବି ନେଇ ଆସନ୍ତା ୧୮ ତାରିଖରେ ସ୍ଥାନୀୟ ଆମ୍ବପୁଆ...

More like this