ବ୍ରହ୍ମପୁର,୨୩/୧/୨୪: ସୋମବାର ଏକ ଦୁଷ୍କର୍ମ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଫାଷ୍ଟଟ୍ରାକ ପୋକସ ଜଜ ଗଣେଶ୍ୱର ପତି ଉକ୍ତ ମାମଲାର ବିଚାରଣା କରି ଉପଯୁକ୍ତ ପ୍ରମାଣ ମିଳିବାରୁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୬ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦେଶ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ପାତ୍ର ଓରଫ ଡ଼ିଲୁ (୩୭) । ଉକ୍ତ ଦଣ୍ଡ ସହ ଜରିମାନା ବାବଦକୁ ୩୦ ହଜାର ଟଙ୍କା ଦେବାକୁ ନିର୍ଦେଶ ରହିଛି। ଜରିମାନା ଅନଦେୟ ଅତିରିକ୍ତ ୩ ମାସ ସଶ୍ରମ ଜେଲ ଦଣ୍ଡରେ ପାଇଁ ମଧ୍ୟ ନିର୍ଦେଶ ରହିଛି। ସୂଚନାଯୋଗ୍ୟ ଯେ,ଜନୈକା ନାବାଳିକା(୧୬) ଦିଗପହଣ୍ଡି ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଅଜାଘର ଗ୍ରାମକୁ ଯାଇଥିଲେ। ୨୦୧୭ ଫେବୃଆରୀ ୨୪ ତାରିଖରେ ଉକ୍ତ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ତେବେ ୨୦୧୭ ମଇ ୧୪ ତାରିଖରେ ଦିଗପହଣ୍ଡିରେ ଏକ ଘରୁ ଜଣେ ନାବାଳିକାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ହତ୍ୟା ମାମଲାକୁ ରୂପାନ୍ତରିତ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନାଧିକାରୀ ଦେବାଶିଷ ମହାନ୍ତି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗିରଫ ପର ଠାରୁ ଵ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଅଭିଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି କୋର୍ଟ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମୋହନା ଶିଙ୍ଗାରି ମାମଲା ପରିଚାଳନା କରିଥିଲେ।